ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର ଜାରି ରହିଛି। କ୍ରମାଗତ ଦ୍ୱିତୀୟ ବାଣିଜ୍ୟିକ ଦିନରେ ଟଙ୍କା ମଜବୁତ ହୋଇ ଡଲାର ପିଛା ୯୪ ଟଙ୍କା ତଳକୁ ଖସିଛି। ସୋମବାର ସକାଳେ ଟଙ୍କା ୨୪ ପଇସା ବୃଦ୍ଧି ପାଇ ଡଲାର ପିଛା ୯୩.୭୪ ଟଙ୍କାରେ ପହଞ୍ଚିଥିଲା। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଏହା ପ୍ରାୟ ୯୩.୮୫ ସ୍ତରରେ କାରବାର ଆରମ୍ଭ କରିଥିଲା।
ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଟଙ୍କାର ମୂଲ୍ୟ ୪୩ ପଇସା ବୃଦ୍ଧି ପାଇ ଡଲାର ପିଛା ୯୩.୯୮ ଟଙ୍କାରେ ବନ୍ଦ ହୋଇଥିଲା।
ତୈଳ ଦର ହ୍ରାସରୁ ଟଙ୍କାକୁ ମିଳିଲା ଶକ୍ତି
ଟଙ୍କାର ମୂଲ୍ୟ ବୃଦ୍ଧି ପଛରେ ଅଶୋଧିତ ତୈଳ ଦର ହ୍ରାସ ଏକ ପ୍ରମୁଖ କାରଣ ପାଲଟିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ଏବଂ କୂଟନୈତିକ ଆଲୋଚନା ଆଗକୁ ବଢ଼ିବା ଆଶା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଛି।
ଏକଦା ବ୍ୟାରେଲ ପିଛା ୧୧୭.୬୪ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିବା ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର ଏବେ ୧୦୦ ଡଲାର ତଳକୁ ଖସି ପ୍ରାୟ ୯୮ ଡଲାର ନିକଟରେ କାରବାର କରୁଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ ସହ ଆଲୋଚନା ଆଗକୁ ବଢ଼ି ଏକ ଦୃଢ଼ ଚୁକ୍ତି ହେଲେ ଆଗକୁ ସାମରିକ ଆକ୍ରମଣର ସମ୍ଭାବନା କମ୍ ଥିବା ସଙ୍କେତ ଦେଇଥିଲେ। ଏହା ଫଳରେ ବଜାରରେ ଆଶାବାଦ ବଢ଼ିଛି।
ବିଦେଶୀ ନିବେଶ ବୃଦ୍ଧି ମଧ୍ୟ ଆଉ ଏକ କାରଣ
ଟଙ୍କାର ମୂଲ୍ୟ ବୃଦ୍ଧିରେ ବିଦେଶୀ ନିବେଶକଙ୍କ ଅବଦାନ ମଧ୍ୟ ରହିଛି। ଶୁକ୍ରବାର ବିଦେଶୀ ସଂସ୍ଥାଗତ ନିବେଶକ (FII) ଭାରତୀୟ ସେୟାର ବଜାରରେ ୧୩,୭୪୯.୮୨ କୋଟି ଟଙ୍କାର ସେୟାର କିଣିଥିଲେ। ଏହା ଭାରତୀୟ ମୁଦ୍ରାକୁ ସମର୍ଥନ ଯୋଗାଇଛି।
ଆହୁରି ପଢନ୍ତୁ: ଟ୍ରମ୍ପଙ୍କ ନୂଆ ଆକ୍ରମଣ ଧମକ! ୧ ଡଲାରରୁ ଅଧିକ ଖସିଲା ବ୍ରେଣ୍ଟ ଅଶୋଧିତ ତୈଳ ଦର
ଆଗକୁ ୯୩.୫୦ ସ୍ତରକୁ ଯାଇପାରେ ଟଙ୍କା
CR Forex Advisorsର ମ୍ୟାନେଜିଂ ଡାଇରେକ୍ଟର ଅମିତ ପାବାରୀଙ୍କ ଆକଳନ ଅନୁସାରେ, ଟଙ୍କାର ମୂଲ୍ୟ ଆଗକୁ ଆହୁରି ମଜବୁତ ହୋଇପାରେ । ଡଲାର ତୁଳନାରେ ଟଙ୍କା ୯୩.୫୦ ଏବଂ ୯୩.୦୦ ସ୍ତରକୁ ଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୯୪.୪୦ରୁ ୯୪.୫୦ ସ୍ତର ଡଲାର ପାଇଁ ତତ୍କାଳୀନ ପ୍ରତିରୋଧ ସ୍ତର ହୋଇପାରେ ।
ତେବେ ସୋମବାର ଭାରତୀୟ ସେୟାର ବଜାରରେ କିଛିଟା ହ୍ରାସ ଦେଖାଯାଇଥିଲା। ସେନସେକ୍ସ ୯୩.୯୫ ପଏଣ୍ଟ ହ୍ରାସ ପାଇ ୮୦,୯୧୯.୧୯ରେ ଏବଂ ନିଫ୍ଟି ୩୦ ପଏଣ୍ଟ ହ୍ରାସ ପାଇ ୨୪,୯୬୮.୮୦ରେ କାରବାର ଆରମ୍ଭ କରିଥିଲା।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶାଜନ...
ଭଦ୍ରକ: କାଳୀପୂଜାକୁ ନେଇ ଭଦ୍ରକ ସହରରେ ଏବେ ଉତ୍ସବର ମାହୋଲ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପରେ ରାଜଧାନୀ ଭୁବନେଶ୍ୱ...
ୱେଲିଂଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋମ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଚଳାଇନ...
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ବଢ଼ିବାରେ...
ୱେଲିଂଟନ୍: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଯୁବ ପେସର୍ ଗୁରନ...
କେନ୍ଦୁଝରରେ ଜନତାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ...