ପାଟନା: ବିହାରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଗଙ୍ଗା ନଦୀ ଉପରେ ନିର୍ମିତ ବହୁ ପ୍ରତୀକ୍ଷିତ ‘ନୀତୀଶ ସେତୁ’କୁ ଶନିବାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିହାରର ବୈଶାଳୀ ଜିଲ୍ଲାରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୬ ଲେନ୍ ବିଶିଷ୍ଟ କେବୁଲ୍-ଷ୍ଟେଡ୍ ସେତୁର ମୁଖ୍ୟ ଅଂଶର ଲମ୍ବ ପ୍ରାୟ ୯.୭୬ କିଲୋମିଟର। ଏହା ପାଟନା ଜିଲ୍ଲାର କଚ୍ଛି ଦରଗାହକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହ ଯୋଡ଼ିବ। ସମ୍ପୂର୍ଣ୍ଣ ପ୍ରକଳ୍ପର ଲମ୍ବ ୧୯.୭ କିଲୋମିଟର, ଯେଉଁଥିରେ ୧୦ କିଲୋମିଟର ଆପ୍ରୋଚ୍ ରାସ୍ତା ରହିଛି।
ଏହି ସେତୁ ନିର୍ମାଣ ହେବା ଫଳରେ ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତାୟାତ ଅଧିକ ସହଜ ହେବ। ମହାତ୍ମା ଗାନ୍ଧୀ ସେତୁ ଏବଂ ଜେପି ସେତୁ ଉପରେ ଯାନବାହନ ଚାପ କମିବା ସହ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ। ବିଶେଷକରି ରାଘୋପୁର ଦିଆରା ଅଞ୍ଚଳର ଲୋକଙ୍କୁ ପାଟନାର ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଜରୁରୀ ସେବା ପାଇବାରେ ସୁବିଧା ହେବ।
ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମରେ ଏହି ସେତୁର ନାମକରଣ କରାଯାଇଛି। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ପ୍ରକଳ୍ପର ପରିକଳ୍ପନା ଓ ନିର୍ମାଣ କାର୍ଯ୍ୟ ଆଗେଇଥିଲା।
ଏହା ସହିତ ବିହାରରେ ପ୍ରାୟ ୩୪,୪୭୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଛି। ଏଥିରେ ୧୦୦ଟି PM-eBus ଚଳାଚଳର ଶୁଭାରମ୍ଭ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ର ୨୬,୯୦୦ରୁ ଅଧିକ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସାମିଲ ରହିଛି।
ରାଜସ୍ଥାନର ପଞ୍ଚାୟତ ନିର୍ବାଚନ ଫଳାଫଳ ରାଜ୍ୟର ରାଜନୈତିକ ମ...
ବେଙ୍ଗାଲୁରୁ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁ...
ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ରେ ଭାରତୀୟ ଯୁବ ଖେଳାଳ...
ନୂଆଦିଲ୍ଲୀ: ଲୋକସଭା ଆସନ ପୁନର୍ଗଠନ ବା ଡିଲିମିଟେସନ୍&zwnj...
ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ପୁଣି ତେଜିଛି ୨୦୧୮ର କୁଖ୍...
ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ...
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ୧୯୭...
ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ଭାରତ ପାଇଁ ଆଉ ଏକ ଗୌରବର ଖବର...